Categories: ଫୁରସତ

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌ ରେଲ୍‌ଓ୍ବେ ଟ୍ରାକ୍‌ ୬୩ କିଲୋମିଟର ଲମ୍ବ ପଞ୍ଜାବର ଭାନୁପଲ୍ଲୀରୁ ହିମାଚଳର ବିଳାସପୁର ପର୍ଯ୍ୟନ୍ତ ଏହା ଚଳାଚଳ କରିବ। ଦ୍ୱିତୀୟରେ ୧୨୫ କିଲୋମିଟର ଲମ୍ବ ଉତ୍ତରାଖଣ୍ଡର ଋଷିକେଶରୁ କର୍ନପ୍ରୟାଗ ପର୍ଯ୍ୟନ୍ତ ଚାଲିବ। ଏହି ଦୁଇ ଟ୍ରାକ୍‌ରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଉତ୍ତରାଖଣ୍ଡ ଟ୍ରାକ୍‌ରେ ୨୦୨୪ରେ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୨୫ରେ ହିମାଚଳ ଟ୍ରାକ୍‌ କାର୍ଯ୍ୟ ସରିବ। ଏହି ଦୁଇ ଟ୍ରାକ୍‌ରେ ରେଳ ଗଡ଼ିବା ସାମରିକ ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହା ନିର୍ମାଣ ହେବା ଦ୍ୱାରା ବର୍ଡରରେ ପହଞ୍ଚିବା ସହଜ ହେବ। ବିଳାସପୁର-ଭାନୁପଲ୍ଲୀ ରେଲ୍‌ଓ୍ବେ ଟ୍ରାକ୍‌ ଭବିଷ୍ୟତରେ ଲେହ ପର୍ଯ୍ୟନ୍ତ ଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିପାଇଁ ଭୌଗୋଳିକ ସର୍ଭେ ଆରମ୍ଭ ହୋଇସାରିଛି।

ଏହି ଟ୍ରାକ୍‌ରେ ଉତ୍ତରାଖଣ୍ଡର ଚମେଲି ଦେଇ ଚାଇନା-ତିବ୍ବତ ବର୍ଡର ପର୍ଯ୍ୟନ୍ତ ମଧ୍ୟ ସେନାମାନେ ପହଞ୍ଚିପାରିବେ। ଋଷିକେଶ-କର୍ନପ୍ରୟାଗ ରେଲ୍‌ଓ୍ବେ ଟ୍ରାକ୍‌କୁ ଧାର୍ମିକ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି। ଏହି ଟ୍ୟାକ୍‌ ଦେଇ ୪ ଧାମକୁ ଯାତ୍ରୀମାନେ ସହଜରେ ଯାତାୟାତ କରିପାରିବେ। ଦୁଇଟି ଯାକ ଟ୍ରାକ୍‌ରେ ଲମ୍ବା ସୁଡ଼ଙ୍ଗ ରହିଛି। ଏହା ମଧ୍ୟ ଦେଇ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ କୌଣସି ଦର୍ଶନୀୟ ସ୍ଥାନଠାରୁ ମଧ୍ୟ କମ୍‌ ଅନୁଭବ ହେବନି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ ଟ୍ରାକ୍‌ର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି ଟ୍ରାକ୍‌ର ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରହିଛି। ରେଳ ବିକାଶ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗୀନ୍ଦର ସିଂହ କୁହନ୍ତି, ଏହି ଟ୍ରାକ୍‌ କାମ ଖୁବ୍‌ ତୀବ୍ର ବେଗରେ ଚାଲିଛି। ଏଥିରେ ୭ଟି ଟର୍ନେଲ ଥିବା ବେଳେ ୫ଟିରେ କାମ ଆରମ୍ଭ ହୋଇସାରିଛି। ଦୁଇଟି ଯାକ ଟ୍ରାକ୍‌ର କାର୍ଯ୍ୟ ସମୟସୀମା ୨୦୨୫ ପର୍ଯ୍ୟନ୍ତ ରହିଛି।

Share