Categories: ଫୁରସତ

ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି ଓମାନ୍‌ରେ ଥିବା ପାହାଡ଼ ଉପରେ। ପ୍ରାୟ ୫୦୦ ବର୍ଷ ତଳୁ ଏହି ଗାଁଟି ଏଠାରେ ଗଢ଼ି ଉଠିଛି। ୪୫ରୁ ଊର୍ଦ୍ଧ୍ୱ ଜନଜାତି ପରିବାର ଏଠାରେ ବସବାସ କରୁଛନ୍ତି।

ମସ୍କଟରୁ ୧୯୫ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମରେ ଚୂନ ପଥରର ଏକ ଉଚ୍ଚ ପାହାଡ଼ ରହିଛି। ୨୯୮୦ ମିଟର ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଜବାଲ୍‌-ଅଲ-ଅଖଦାର ନାମରେ ଜଣାଶୁଣା। ପାଦଦେଶରୁ ପାହାଡ଼ ଉପର ଗାଁକୁ ଯିବା ପାଇଁ ହେଲେ ପ୍ରାୟ ୨୦ ମିନିଟ୍‌ ସମୟ ଲାଗେ। ୨୦୦୫ ମସିହାରେ କିଛି ଗ୍ରାମବାସୀ ପଥର କାଟି ରାସ୍ତା ତିଆରି କରିଛନ୍ତି। ଏହି ରାସ୍ତା ଦେଇ ଲୋକେ ଏବେ ଯିବା ଆସିବା କରୁଛନ୍ତି।

ଗ୍ରାମବାସୀଙ୍କ ବ୍ୟତୀତ ପୂର୍ବରୁ ଏଠାକୁ ଯିବା ପାଇଁ ବିଦେଶୀମାନଙ୍କୁ ବାରଣ କରାଯାଉଥିଲା। ମାତ୍ର ବର୍ତ୍ତମାନ କୌଣସି କଟକଣା ନାହିଁ। ଲୋକେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସ୍ବଚ୍ଛନ୍ଦରେ ଯିବାଆସିବା କରୁଛନ୍ତି।

Share