ଥଣ୍ଡାପାଣି ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ତାହା କେବଳ ପାଣି ନ ହୋଇ ଯଦି ସର୍ବତ ହୋଇଥାଏ, ଖୁସି ଦ୍ୱିଗୁଣ ହୋଇଯାଏ। ତେବେ ଗୋଲାପ ଫୁଲରେ ପ୍ରସ୍ତୁତ ସର୍ବତରେ ଯେତିକି ଶାନ୍ତି ମିଳିଥାଏ, ସେତିକି ସ୍ବାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ।
ଜାଣନ୍ତୁ ଗୋଲାପରେ ପ୍ରସ୍ତୁତ ସର୍ବତର ଉପକାରୀ ଗୁଣ ସମ୍ପର୍କରେ…
ଏଥିରେ ମାଗ୍ନେସିୟମ, ପୋଟାସିୟମ, ସୋଡିୟମ କ୍ୟାଲସିୟମ, ସଲ୍ଫର ବହୁଳ ମାତ୍ରାରେ ରହିଥାଏ। ଏହା ଶରୀରରେ ଜଳୀୟଅଂଶ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଔଷଧୀୟ ଗୁଣ କୋଷ୍ଠକାଠିନ୍ୟରୁ ଦୂରେଇ ରଖିବା ସହିତ ପେଟଫୁଲା କମ୍ କରିଥାଏ।
ଏହାକୁ କିପରି ପ୍ରସ୍ତୁତ କରିବେ
ଗୋଲାପ ପାଖୁଡ଼ାକୁ ଭଲ ପାଣିରେ ଧୋଇ ଏହାକୁ ଗରମ ପାଣିରେ ପକାଇ ଭଲଭାବେ ହାତରେ ଦଳିଦିଅନ୍ତୁ। ପରେ ଏହାକୁ ଛାଣି ଏକ ପାତ୍ରରେ ଚିନି ପକାଇ ଫୁଟାନ୍ତୁ। ଚିନି ପାଣିରେ ମିଶିଯିବା ପରେ ଥଣ୍ଡାକରି ପିଅନ୍ତୁ।