Categories: ଜାତୀୟ

ପିଆଜର ଦରବୃଦ୍ଧି ମୋ ଉପରେ କୌଣସି ପ୍ରଭାବ ପକାଉନି: ସୀତାରାମଣ

ନୂଆଦିଲ୍ଲୀ,୫।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଏବେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଏହାକୁ ନେଇ ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ପ୍ରଶ୍ନ ଉଠିଛି। ପିଆଜଦ ଦର ବୃଦ୍ଧିକୁ ନେଇ ଜଣେ ଏମ୍‌ପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ପ୍ରଶ୍ନ କରିବାରୁ ସେ ଏହାର ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ପିଆଜର ଦରବୃଦ୍ଧି ମୋ ଉପରେ ସେମିତି କୌଣସି ପ୍ରଭାବ ପକାଇ ନାହିଁ। କାରଣ ମୁଁ ଓ ମୋ ପରିବାର ପିଆଜ, ରସୁଣ ପ୍ରାୟତଃ ବ୍ୟବହାର କରି ନ ଥାଉ। ଏହାପରେ କିନ୍ତୁ ସେ ଏହାର ଉତ୍ତର ରଖି କହିଥିଲେ ସରକାର ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଳ୍ପଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ତେବେ ସେ ନିଜେ କମ୍‌ ପିଆଜ ବ୍ୟବହାର କରୁଥିବା କହିବା ପରେ ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଲୋଚନାର ପରିସରକୁ ଚାଲି ଆସିଛି।

Share