Categories: ବାଣିଜ୍ୟ

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ ଏହାକୁ ବଜାର ପ୍ରବେଶ କରାଇଛି। ସ୍ଥାନୀୟ ଏକ ହୋଟେଲରେ ଏହାକୁ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଅଭିନାଶ ଚତୁର୍ବେଦୀ ଏବଂ ଶ୍ରୀବିନାୟକ ମୋଟର୍ସ ସିଇଓ ସଞ୍ଜୀବ ଅଗ୍ରଓ୍ବାଲ ଉନ୍ମୋଚନ କରିଥିଲେ। ୩ ଭଲ୍‌ଭ ଟେକ୍ନୋଲୋଜି ୨୩୦ ସିସି ଇଞ୍ଜିନ ଏବଂ ଏଏଫ୍‌ ଶୃଙ୍ଖଳାରେ ଏହା ଦେଶର ପ୍ରଥମ ଯାନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଇଣ୍ଡିଆ ଏବଂ ଇଟାଲୀ ଟିମ୍‌ ଏହାକୁ ଯାନଟିକୁ ମିଳିତ ଭାବେ ଉନ୍ନତୀକରଣ କରିଛନ୍ତି। ଏହା ଏଲ୍‌ପିଜି, ସିଏନ୍‌ଜି, ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ୩ଟି ରଙ୍ଗରେ ଏହା ଆସୁଛି। ୩୬ ମାସ ଏବଂ ୧ ଲକ୍ଷ କିମିର ଓ୍ବାରେଣ୍ଟି ମଡେଲରେ ପ୍ରଦାନ କରାଯାଇଛି। ଏହି ଅବସରରେ ଗ୍ରାହକଙ୍କ ଲାଗି ସୁପର ସେଭର ସ୍କିମ ଘୋଷଣା କରାଯାଇଥିବା ବେଳେ ଏଥିରେ ସର୍ଭିସ,ମେଣ୍ଟେନାନ୍ସ, ପାର୍ଟସ, ଲେବର ଚାର୍ଜ ଉପରେ ରିହାତି ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମ ଅବସରରେ ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ଦିଲୀପ ସାହୁ, ଇଣ୍ଡସଇଣ୍ଡ ବ୍ୟାଙ୍କ ଶାଖା ପ୍ରବନ୍ଧକ ନିରଞ୍ଜନ କର, ଶ୍ରୀବିନାୟକ ମୋଟର୍ସର ଜିଏମ୍‌ ଧର୍ମାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share