ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ ନେଇ ବିରୋଧୀ ଶାସକ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଏବେ ବିହାରରେ ଖୁଚୁରା ପିଆଜ ଦାମ୍ ପ୍ରାୟ ୮୦ ଟଙ୍କା ଥିବା ବେଳେ ଏହାକୁ ନେଇ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାବବିଳାସ ପାଶଓ୍ବାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଟୁଇଟରରେ ସକ୍ରିୟ ରହୁଥିବା ଲାଲୁ କହିଛନ୍ତି ପିଆଜ ଏବେ ଡାଳିମ୍ବ ପାଲଟି ଯାଇଛି। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଜେଲଦଣ୍ଡ ଭୋଗ କରୁଛନ୍ତି। ହେଲେ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ଏବେ ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।