ଖୋର୍ଦ୍ଧା ଅଫିସ,୪।୬: ଖୋର୍ଦ୍ଧା ଜିଲା ୫୭ ନଂ ଜାତୀୟ ରାଜପଥ ସଦର ଥାନା ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ଏକ ପିଆଜ ଟ୍ରକ୍ରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛିି।
ସୂଚନାନୁଯାୟୀ, ଭାରତ ସରକାରଙ୍କ ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ବର ଅଧୀକ୍ଷକ ସୁରଜିତ ସେନ୍ଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ସଦର ପୋଲିସ ସହାୟତାରେ ଛପି ରହିଥିଲେ। ଜାତୀୟ ରାଜପଥରେ ଆନ୍ଧ୍ରରୁ ଆସୁଥିବା ପିଆଜ ଟ୍ରକ (ନଂ. ଏପି-୩୭-ଓ୍ବାଇ-୪୬୭୭)କୁ ଅଟକାଇଥିଲେ। ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।