Categories: ଜାତୀୟ

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା ନିକଟ ଭେଙ୍କଟପାଲେମ ଗାଁ ନିକଟରେ ଥିବା ଫାୟାର ଷ୍ଟେଶନ ପାଖରେ ଟିଡିପି କର୍ମୀମାନେ ବେକରେ ପିଆଜ ମାଳ ପକାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହାସହ ପିଆଜର ଏକ ବଡ ମଡେଲ ପ୍ରସ୍ତୁତ କରି ହାତରେ ଧରିବା ସହ ନିକିତିର ଗୋଟିଏ ପଟେ ସୁନା ଓ ଅନ୍ୟପଟେ ପିଆଜ ରଖି ବିରୋଧ କରାଯାଇଛି। ଏହାକୁ ନେଇ ଚନ୍ଦ୍ରାବାବୁ କହିଛନ୍ତି ଏବେ ପିଆଜର ଏମିତି ମୂଲ୍ୟ ବୃଦ୍ଧି ହୋଇଛି ଯେ ଏବେ ଏହା ଯେମିତି ସୁନା ଭଳି ମୂଲ୍ୟବାନ ହୋଇଯାଇଛି। ହେଲେ ସେନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଯେପର୍ଯ୍ୟନ୍ତ ପିଆଜର ମୂଲ୍ୟହ୍ରାସ ନ ହେବ ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ସେ ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଦେଇଛି।

Share