ପିଆଜ ଦରରେ ନିଆଁ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି ହୋଇଥିଲା। ପ୍ରାୟ ଦେଢ଼ମାସ ଧରି ପିଆଜର ବର୍ଦ୍ଧିତ ମୂଲ୍ୟ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହେଲେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ଗତ ୧୧ ତାରିଖରୁ ୨୨୯ ଦୋକାନରେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୋଳଠାରେ ୧୦ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କିଲୋ ପିଛା ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ା ସେହିପରି କଟକର ୩ଟି ଦୋକାନରେ କିଲୋ ପିଛା ୭୦ ଟଙ୍କାରେ, ସମ୍ବଲପୁରର ୨ ସ୍ଥାନରେ ୫୪ ଟଙ୍କାରେ, ବଲାଙ୍ଗୀରର ୫ ସ୍ଥାନରେ ୫୫ ଟଙ୍କାରେ, ଝାରସୁଗୁଡ଼ାର ୬ ସ୍ଥାନରେ ୬୦ ଟଙ୍କାରେ, ଖୋର୍ଦ୍ଧାର ୪ ସ୍ଥାନରେ ୭୦ ଟଙ୍କାରେ, ମୟୂରଭଞ୍ଜର ୬୦ ସ୍ଥାନରେ ୬୦ ଟଙ୍କାରେ, ଢେଙ୍କାନାଳର ୭ ସ୍ଥାନରେ ୭୦ ଟଙ୍କାରେ, ଭଦ୍ରକର ୭ ସ୍ଥାନରେ ୬୦ ଟଙ୍କାରେ, ନୂଆପଡ଼ାର ୨ ସ୍ଥାନରେ ୫୫ ଟଙ୍କାରେ, ଜୟପୁରର ୨ଟି ସ୍ଥାନରେ କେଜି ପିଛା ୬୫ ଟଙ୍କାରେ, ବ୍ରହ୍ମପୁରର ୬ ସ୍ଥାନରେ ୫୮ ଟଙ୍କାରେ, ଭବାନୀପାଟଣାର ୧୧ ସ୍ଥାନରେ ୫୮ ଟଙ୍କାରେ, ବାଲେଶ୍ବରର ୧୫ ସ୍ଥାନରେ ୭୨ଟଙ୍କାରେ, କେନ୍ଦ୍ରାପଡ଼ାର ୬ଟି ସ୍ଥାନରେ ୭୩ ଟଙ୍କାରେ, କେନ୍ଦୁଝରର ୧୩ ସ୍ଥାନରେ ୬୮ଟଙ୍କାରେ, ରାୟଗଡ଼ା ଓ ନୟାଗଡ଼ର ଗୋଟିଏ ଲେଖାଏ ସ୍ଥାନରେ ୭୦ ଟଙ୍କାରେ ସୁବର୍ଣ୍ଣପୁର ଓ ପୁରୀର ୫ ଲେଖାଏ ସ୍ଥାନରେ ୬୫ଟଙ୍କାରେ, ସୁନ୍ଦରଗଡ଼ର ୨୫ ସ୍ଥାନରେ ୬୭ ଟଙ୍କାରେ, ନବରଙ୍ଗପୁରର ୮ ସ୍ଥାନରେ ୭୨ ଟଙ୍କାରେ, କନ୍ଧମାଳର ଗୋଟିଏ ସ୍ଥାନରେ ୬୫ ଟଙ୍କାରେ, ବରଗଡ଼ର ୬ ସ୍ଥାନରେ ୫୫ ଟଙ୍କାରେ, ମାଲକାନଗିରିର ୪ ସ୍ଥାନରେ ୫୦ ଟଙ୍କାରେ, ଦେବଗଡ଼ର ଗୋଟିଏ ସ୍ଥାନରେ ୬୦ ଟଙ୍କାରେ, ଗଜପତିର ୧୦ ସ୍ଥାନରେ ୫୦ ଟଙ୍କାରେ ଏବଂ ଯାଜପୁରର ୩ ସୁଲଭ ମୂଲ୍ୟ ଦୋକାନରେ କିଲୋ ପିଛା ୫୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି। ଦରବୃଦ୍ଧିକୁ ନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଏହା କେବଳ ରାଜ୍ୟ ସମସ୍ୟା ନୁହେଁ, ଦେଶରେ ସବୁଆଡ଼େ ପିଆଜ ଦର ବୃଦ୍ଧିପାଇଛି ବୋଲି ସେ କହିଛନ୍ତି।

Share