ଭୁବନେଶ୍ୱର,୬।୧୨(ବ୍ୟୁରୋ): ପିଆଜଦର ଏବେ ଆକାଶଛୁଆଁ ହୋଇଥିବା ବେଳେ ହାଣ୍ଡିଶାଳରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ଏବେ ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଏହି ଦର ଦେଢ଼ଶହ ଛୁଇଁବ ବୋଲି ଆଶା କରାଯାଉଛି। ଏହାକୁ ନେଇ ପୂର୍ବରୁ କରିଥିବା ଏକ ବାଲୁକାକଳାକୁ ନିଜର ଟୁଇଟର ପୃଷ୍ଠାରେ ଶେୟାର କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପିଆଜ ଖାଇବା ସାଧାରଣଲୋକଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଛନ୍ତି।
ରାଜ୍ୟର ପ୍ରମୁଖ ପରିବା ହାଟ ଛତ୍ରବଜାରରେ ପିଆଜ ସଙ୍କଟ ଦେଖାଦେଇଛି। ପ୍ରତିଦିନ ବଜାରରେ ୧୫୦ଟନ୍ ପିଆଜର ଆବଶ୍ୟକତା ରହିଥିବା ବେଳେ ଏବେ ୪ଟନ ପିଆଜ ଏହାକୁ ପୂରଣ କରୁଛି। ତେବେ ଜାନୁଆରୀ ୧୦ପରେ ପିଆଜ ଦର ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।