ପିଆଜ ଦର ଏବେ ଆକାଶଛୁଆଁ : ଯୋଗାଣ ମନ୍ତ୍ରୀ କହିଲେ ଦୀପାବଳି ପର୍ଯ୍ୟନ୍ତ ଦାମ୍‌ ଉଚ୍ଚା ରହିବ

ଭୁବନେଶ୍ୱର,୨୨।୯(ବ୍ୟୁରୋ) : ପିଆଜ ଦର ଏବେ ଆକାଶଛୁଆଁ ହୋଇଛି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି। ଯାହା ସାଧାରଣବର୍ଗର ଗ୍ରାହକଙ୍କୁ କଷ୍ଟ ଦେଉଛି। ତେବେ ନାସିକ୍‌ରେ ବନ୍ୟା ପାଇଁ ପିଆଜ ଦର ବଢୁଛି। ଏହି ଦର ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଦୀପାବଳି ପର୍ଯ୍ୟନ୍ତ ଏହି ଦାମ ଉଚ୍ଚା ରହିବ ବୋଲି ରବିବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ କହିଛନ୍ତି।
ସପ୍ତାହ ତଳେ ପିଆଜ କିଗ୍ରା ପ୍ରତି ୩୫ଟଙ୍କା ଥିବାବେଳେ ଏବେ ୫୦ ଟପିଛି। ଏହା ସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଓଡ଼ିଶାକୁ ପିଆଜ ଆସିପାରୁନାହିଁ। କୁହାଯାଉଛି ଓଭର ଲୋଡିଂ ଯାଞ୍ଚ ପାଇଁ ପିଆଜ ଟ୍ରକ ଆସୁନାହିଁ। ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।

Share