ଭବାନୀପାଟଣା,୨୯।୧୧(ଡି.ଏନ୍.ଏ.): ଅତ୍ୟାବଶ୍ୟକୀୟ ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପିଆଜ ଦର ବୃଦ୍ଧି ଯୋଗୁ ଅନେକ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବଢ଼ିଚାଲିଛି। କଳାହାଣ୍ଡି ଜିଲା ଭବାନୀପାଟଣାର ଅଧିକାଂଶ ଅଞ୍ଚଳରେ ପିଆଜ ଦର ୧୦୦ ଟଙ୍କା ଟପିଛି। ଏହା ଖାଉଟିଙ୍କୁ ଚିନ୍ତାରେ ପକାଇଛି। ବଜାରରେ ଯେତିକି ପରିମାଣର ଆମିଷ ବିକ୍ରି ହେଉଥିଲା ତାହା ଏବେ ଅଧା ବିକ୍ରି ହେଉଛି। ଆମିଷ ବ୍ୟବସାୟୀଙ୍କ କହିବାନୁସାରେ, ପିଆଜ, ରସୁଣ ସାଧାରଣତଃ ଆମିଷ ରୋଷେଇରେ ବ୍ୟବହାର କରାଯାଇଥାଏ। ପିଆଜ ଦର ବଢ଼ିଥିବାରୁ ଲୋକେ ଆମିଷ କିଣୁନାହାନ୍ତି। ଫଳରେ ବେପାର ମାନ୍ଦା ରହିଛି।