Categories: ଜାତୀୟ

ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା

ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଟମାଟୋ କିଲୋ ୬୦ ଟଙ୍କା ଟପିଛି। ଆଗକୁ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଛି । ବାଣିଜ୍ୟନଗରୀ ମୁମ୍ବାଇରେ ପିଆଜ କିଲୋଗ୍ରାମ ପିଛା ୭୫ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ବି ଗତ କିଛି ଦିନ ତଳେ କେଜି ପିଛା ପିଆଜ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୮୦ ପାଖାପାଖି ପହଞ୍ଚିଲାଣି । ଏଭଳି ଭାବେ ହଠାତ ପିଆଜର ଦର ବୃଦ୍ଧି ସିଧାସଳଖ ଲୋକଙ୍କ ପକେଟକୁ ମାଡ କରୁଛି।

Share