Categories: ଜାତୀୟ

ପିଆଜ ପରେ ଏବେ ଟମାଟୋ ପାଳି : ଦାମ୍‌ ୮୦ ଟପିଲା

ନୂଆଦିଲ୍ଲୀ,୫।୧୦: ଗତ ସପ୍ତାହରେ ଦେଶରେ ପିଆଜ ଦାମ୍‌ ଶହେ ଟପିଥିବା ବେଳେ ରପ୍ତାନୀ ନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲା। ଫଳରେ ଏବେ ଏହାର ଦାମ ଧୀରେଧୀରେ କମିବାରେ ଲାଗିଛି। ତେବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ନାଟକ ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଟମାଟୋ ଜମିରେ ପଚିସଢ଼ି ଯାଉଛି। ତେଣୁ ଦେଶର ପ୍ରମୁଖ ମଣ୍ଡିରେ ଟମାଟୋ ଦର ବୃଦ୍ଧି ପାଇ ୮୦ ଟଙ୍କାରୁ ଅଧିକ ହୋଇଛି। ୪ଦିନ ତଳେ ଏହାର ଦାମ୍‌ ୨୦ରୁ ୩୦ଟଙ୍କା ମଧ୍ୟରେ ଥିବାବେଳେ ଏବେ ଅଚାନକ ଏହା ବଢ଼ିବାରେ ଲାଗିଛି। ଦେଶର ବଡ଼ ପନିପରିବା ମଣ୍ଡି ଆଜାଦ୍‌ପୁରରେ ଟମାଟୋ କିଲୋ ୪୬ ଟଙ୍କାରେ ପହଞ୍ଚିଛି। ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଟମାଟୋ ସହିତ ଅନ୍ୟ ପନିପରିବା ଦାମ୍‌ ପୁଣି ବଢ଼ିବାର ଆଶଙ୍କା କରାଯାଉଛି।

Share