Categories: ଜାତୀୟ

ପିଆଜ-ପେଟ୍ରୋଲ ଦାମ୍‌ ବୃଦ୍ଧିରେ ଖାଉଟିଙ୍କ ଅବସ୍ଥା ଶୋଚନୀୟ: ସେଓଠାରୁ ୨ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି ପିଆଜ

ନୂଆଦିଲ୍ଲୀ,୨୫।୯: ଦେଶରେ ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲ ଦାମ୍‌ ମଧ୍ୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଛି। ପେଟ୍ରୋଲ ଓ ପିଆଜ ଦାମ୍‌ ବଢ଼ିବା ଯୋଗୁ ଖାଉଟିଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଭଲ ସେଓ ଫଳିଛି। ଏଠାରେ ସେଓଠାରୁ ୨ଗୁଣା ଅଧିକ ଦାମ୍‌ରେ ପିଆଜ ବିକ୍ରି ହେଉଛି। ସେଓ କିଲୋ ପିଛା ୩୦ ଟଙ୍କା ଥିବାବେଳେ ୨ କିଲୋ ସେଓ ଦାମ୍‌ ୫୦ ଟଙ୍କା ରହିଛି। ଅପରପକ୍ଷରେ ଏଠାରେ ପିଆଜ ଦାମ୍‌ କିଲୋ ପିଛା ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Share