Categories: ଜାତୀୟ

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି ବିଧାୟକ ଶିବଚନ୍ଦ୍ର ରାମ ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପିଆଜ ଦାମ ବୃଦ୍ଧି ସମ୍ପର୍କରେ ଜଣାଇବା ପାଇଁ ସେ ଏହା କରିଥିବା କହିଛନ୍ତି। ପିଆଜ ସାଧାରଣ ଲୋକଙ୍କ ଆଖିରେ ଲୁହ ଭରିଥିବା କହି ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Share