Categories: ଜାତୀୟ

ପିଆଜ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ୨ ଏଏପି ଏମ୍‌ପି

ନୂଆଦିଲ୍ଲୀ,୩।୧୨: ପିଆଜ ଦାମ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅସଫଳ ରହିଥିବା ପ୍ରତିବାଦ କରି ୨ ଜଣ ଏଏପି ଏମ୍‌ପି ସଂସଦରେ ପିଆଜ ମାଳ ପିନ୍ଧି ପହଞ୍ଚିଛନ୍ତି। ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ସୁଶୀଲ ଗୁପ୍ତା ମଙ୍ଗଳବାର ଏଭଳି କରିଛନ୍ତି। ସେମାନେ ହାତରେ ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ୍‌ ଦେଇଛନ୍ତି। ସରକାରଙ୍କ ଅବହେଳା ଯୋଗୁ ଗୋଦାମରେ ୩୨ ହଜାର ଟନ୍‌ ପିଆଜ ସଢ଼ି ଯାଇଥିବା ନେଇ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି।

Share