Categories: ଜାତୀୟ

ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ ଆକାଶ ଛୁଇଁ ହୋଇଛି। ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରବିବାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ପକ୍ଷରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନୀ କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି। ମହାରାଷ୍ଟ୍ର, କର୍ନାଟକରେ ଲଗାଣ ବର୍ଷା କାରଣରୁ ପିଆଜ ଆମଦାନୀରେ ହ୍ରାସ ଘଟିଛି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ପିଆଜର କଳାବଜାରୀ ହେଉଥିବା ଖବର ଆସିଥିଲା। ୨୦୧୫ ତୁଳନାରେ ଏବେ ଦେଶର ପିଆଜ ଦାମ ଅଧିକ ରହିଛି।

Share