ପିଆଜ, ରସୁଣ ଖାଲି ପାଟି ସୁଆଦିଆ ନୁହେଁ, ଏହି ପ୍ରାଣଘାତୀ ରୋଗ ଆଶଙ୍କା ବି କରିଥାଏ ଦୂର

ଖାଦ୍ୟରେ ପିଆଜ ରସୁଣ ନ ପଡ଼ିଲେ ସ୍ବାଦ ଯେମିତି ଅଧୁରା ରହିଯାଏ। ଏହା ଖାଲି ପାଟି ସୁଆଦିଆ କରେ ନାହିଁ, ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରି ରହିଛି। କେତେକ ପ୍ରାଣଘାତୀ ରୋଗକୁ ଏହା ଦୂରେଇ ଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– ଏସିଆ ପ୍ୟାସିଫିକ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ଆକ୍ନୋଲୋଜିରୁ ପ୍ରକାଶ ଯେ, ପିଆଜ ରସୁଣ ଖାଉଥିବା ଲୋକଙ୍କୁ କୋଲୋରେକ୍ଟର କ୍ୟାନସର ଆଶଙ୍କା ୭୯ ପ୍ରତିଶତ କମ୍‌ ରହିଥାଏ। ପିଆଜ ରସୁଣ ଖାଇଲେ ମଳଦ୍ୱାରରେ ହେଉଥିବା କ୍ୟାନସର ଆଶଙ୍କା କମ୍‌ ହୋଇଥାଏ।

– ଥଣ୍ଡା କିମ୍ବା କାଶ ହେଲେ ପିଆଜ ଖାଇଲେ ବହୁତ ଭଲ। ଏହା ସହିତ ଗଣ୍ଠି ଦରଜ ହେଉଥିଲେ ସୋରିଷ ତେଲରେ ପିଆଜ ରସ ମିଶାଇ ମାଲିସ କଲେ ଆରାମ ଲାଗିଥାଏ।

– ପରିସ୍ରା ପୋଡ଼ା ହେଉଥିଲେ ଦୁଇ ଚାମଚ ପିଆଜ ରସ ଏବଂ ଅଟାର ଏକ ପେଷ୍ଟ ପ୍ରସ୍ତୁତ କରି ଏହାକୁ ଗରମ କରନ୍ତୁ। ଏହାର ପ୍ରଲେପ ପେଟରେ ଲଗାଇ ଦିଅନ୍ତୁ। ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳିବ।

– ଛୋଟ ପିଲାଙ୍କ ପେଟରେ କୃମି ହେଉଥିଲେ ଉଷୁମ କ୍ଷୀରରେ ୨/୩ଟି ରସୁଣ ପକାଇ ଫୁଟାଇ ପିଲାଙ୍କୁ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।