Categories: ଜାତୀୟ

ପିଆଜ ଶୁଙ୍ଘାଇ ହୋସ୍‌ ଅଣାଯାଏ; ତେବେ ତାହା ଏବେ ନୁହେଁ ସମ୍ଭବ: ଶିବସେନା

ମୁମ୍ବାଇ,୧୦।୧୨: ଦେଶରେ ପିଆଜର ଦାମ ଆକାଶ ଛୁଇଁଛି। ସେହିପରି ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କଟରେ ପଡ଼ିଛି। ଏହାକୁ ନେଇ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ସାମନାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ, ପିଆଜ ଶୁଙ୍ଘାଇ ହୋସ୍‌ ଅଣାଯାଏ; ତେବେ ତାହା ଏବେ ସମ୍ଭବ ହୋଇ ପାରିବ ନାହିଁ। ଅଦୂରଦର୍ଶୀ ଅର୍ଥ ଯୋଜନା ଯୋଗୁ ସାଧାରଣ ଲୋକଙ୍କ ପାଖରେ କିଣିବା ପାଇଁ ଟଙ୍କା ନାହିଁ। ବେକାରଙ୍କ ସଂଖ୍ୟା ସହିତ ଛଟେଇ ମଧ୍ୟ ବଢୁଛି। ଦେଶର ଆର୍ଥିକ ସଙ୍କଟ ସମୟରେ ବୁଲେଟ ଟ୍ରେନ୍‌ ଭଳି ପରିଯୋଜନା ଉପରେ ଅଯଥା ଚାପ ପକାଯାଉଛି। ଦେଶର ଆର୍ଥିକ ସଙ୍କଟ ସମ୍ପର୍କରେ ସମସ୍ତ ତଥ୍ୟ ଲୁଚା ଯାଉଥିବା ସାମନାରେ ଅଭିଯୋଗ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉଦାରୀକରଣ ନୀତି ଆପଣେଇ ଦେଶର ସ୍ଥିତି ସୁଦୃଢ଼ କରିଥିବାବେଳେ ମୋଦି ସରକାର ଅର୍ଥ ବ୍ୟବସ୍ଥାକୁ ଧରାଶାୟୀ କରିଥିବା ଏଥିରେ ଦର୍ଶାଯାଇଛି।

Share