ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ ବିଲ୍ଡିଂ ଡିଜାଇନ୍‌ ସାବ୍ୟସ୍ତ ହେବ। ଏହାକୁ ଡିଜାଇନ କରିଛନ୍ତି ହେଫେଇ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ସ୍ଥାପତ୍ୟ ବିଭାଗର ଛାତ୍ରମାନେ। ସେମାନେ ହୁଆଇନାନ ଫାଙ୍ଗକାଇ ଡେକୋରେଶନ୍‌ ପ୍ରୋଜେକ୍ଟ ସହ ମିଶି ୨୦୦୭ରେ ଏହାର ନିର୍ମାଣ କରିଥିଲେ। ବିଲ୍ଡିଂଟି କଳାରଙ୍ଗ ଓ ପାରଦର୍ଶୀ କାଚରେ ଡିଜାଇନ୍‌ କରାଯାଇଛି। ଏହାକୁ ସହରର ଆର୍ଥିକ ଓ ପର୍ଯ୍ୟଟନ ବ୍ୟବସ୍ଥାର ବିକାଶ ପାଇଁ ଗଢା ଯାଇଥିଲା। ଏଥିରେ ଥିବା ପିଆନୋରେ ବିଭିନ୍ନ ମହଲକୁ ଯିବା ପାଇଁ ଏସ୍କାଲେଟର ଓ ଶିଡି ରହିଛି। ବର୍ତ୍ତମାନ ଏହି ବିଲ୍ଡିଂ ଏକ ପର୍ଯ୍ୟଟନସ୍ଥଳ ପାଲଟିଯାଇଛି।

Share