ପିଇଓଙ୍କ ନିଲମ୍ବନ ଦାବିରେ ଗଣଧାରଣା

ତିହିଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଭାଜପା ପକ୍ଷରୁ ସୋମବାର ପୂର୍ବାହ୍ନରେ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିରେ ସାମିଲ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ନିଲମ୍ବନ ଦାବିରେ ଏହି ଧାରଣା ଦିଆଯାଇଛି। ଭାଜପା ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ମଣ୍ତଳ ସମ୍ପାଦକ ଶରତ ଚନ୍ଦ୍ର ଦାସ, ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ରାଉତ,ସମିତି ସଭ୍ୟ ଯଶୋବନ୍ତ ମଲିକ,ଭାଟପଡ଼ା ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।