ପିଇଓଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବିରେ ଭାଜପାର ଯାଜପୁର ବନ୍ଦ

ଯାଜପୁର ଅଫିସ,୨୧।୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ (ପଞ୍ଚାୟତ ନିିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭାଜପାର ଜିଲା ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ଜିଲାର ବ୍ୟାସନଗର, ଯାଜପୁର ଟାଉନ, ଚଣ୍ଡିଖୋଲ, ସୁକିନ୍ଦା, ବିଞ୍ଝାରପୁର, ବରୀ, ଧର୍ମଶାଳା ଆଦି ଅଞ୍ଚଳରେ ଲୋକେ ସ୍ବତଃପ୍ରବୃତ ଭାବେ ଦୋକାନବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି। ବନ୍ଦକୁ ଭଣ୍ଡୁର କରିବାକୁ ପୋଲିସ ଭାଜପାର ଶତାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ତଥାପି ଗାଡ଼ିମୋଟର ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଦୋକାନବଜାର ବନ୍ଦ ହୋଇଛି। ଏହାବାଦ୍‌ ଶିକ୍ଷାନୁଷ୍ଠାନ, ବଡ଼ବଡ଼ ଶପିଂ ମଲ, ହୋଟେଲ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଅଚଳ ହୋଇଛି।