ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା ଢେରଗୁଣ ବଢ଼ିଯାଉଛି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯାଉ ନ ଥିବାରୁ ଲୋକେ ପିଇବା ପାଣି ପାଇଁ ବଡ଼ ଦହଗଞ୍ଜ ହେଉଛନ୍ତି। ପ୍ରଶାସନ ଓ ଶିଳ୍ପସଂସ୍ଥା ଯୋଗାଉଥିବା ଜଳ ପିଇବା ଉପଯୋଗୀ ହେଉ ନ ଥିବାରୁ କିଏ ଦୀର୍ଘ ପଥ ଚାଲି ପାଣି ସଂଗ୍ରହ କରୁଛନ୍ତି ତ ଆଉ କିଏ ଚୁଆ ଜଳରେ ଘରର ଆବଶ୍ୟକତା ମେଣ୍ଟାଇବାକୁ ବାଧ୍ୟ ହେଉଛନ୍ତି।
ଖରା ଆରମ୍ଭରୁ ତାଳଚେରର ତାପମାତ୍ରା ସବୁବେଳେ ୪୦ ଡିଗ୍ରୀ ଉପରେ ରହୁଛି। ଚଳିତବର୍ଷ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ଖଣି ଅଞ୍ଚଳରେ ପାଖାପାଖି ୫୦ ହୋଇଯାଉଛି। ଏପରି ତାତି ଯୋଗୁ ପାନୀୟ ଜଳର ଆବଶ୍ୟକତା ମଧ୍ୟ ବଢ଼ିଯାଉଛି। ବିଶେଷକରି ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମସ୍ୟା ସଙ୍ଗିନ ହୋଇପଡ଼ୁଛି। କିନ୍ତୁ ପ୍ରଶାସନ ଓ ଶିଳ୍ପ ସଂସ୍ଥା ପକ୍ଷରୁ ହେଉଥିବା ଜଳ ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଲୋକେ ଅନ୍ୟ ବିକଳ୍ପ ଭାବେ ଦୂର ଦୂରାନ୍ତକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। କୁମୁଣ୍ଡା, ଗୋପାଳପ୍ରସାଦ, ବନବାସପୁର, ରଞ୍ଜାଗୋଳ, ବାଘବାସପୁର ଗ୍ରାମବାସୀ ଏବେ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏସବୁ ଗଁାକୁ ଟ୍ୟାଙ୍କର ପଠାଯାଉଛି। କିନ୍ତୁ ତାହା ଦିନେ ଯୋଗାଣ ହେଲେ ୩ ଦିନ ବନ୍ଦ ରହୁଛି। ଏହାଛଡ଼ା ଉକ୍ତ ପାଣି ପିଇବା ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ତେଣୁ ସେମାନେ ଟ୍ୟାଙ୍କର ପାଣିରେ ଗାଧୋଇବା, ଗୋରୁ ଧୋଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ବେଳେ ପାନୀୟ ଜଳ ସଂଗ୍ରହ ପାଇଁ ୨/୩ କିମି ଦୂର ସିଙ୍ଗଡା ନାଳ କୂଳକୁ ଯାଇ ଚୁଆ ଖୋଳୁଛନ୍ତି। ସେହି ଚୁଆରେ ଝରୁଥିବା ଜଳକୁ ସେମାନେ ମାଠିଆରେ ଆଣି ପାନୀୟ ଭାବେ ବ୍ୟବହାର କରୁଛନ୍ତି। ସକାଳୁ ଗଁାର ବହୁ ସଂଖ୍ୟକ ମହିଳା ପୁରୁଷ ଉକ୍ତ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। କେହି କେହି ମୁଣ୍ଡରେ ମୁଣ୍ଡାଇ ପାଣି ଘରକୁ ନେଉଥିବା ବେଳେ କେହି ସାଇକେଲରେ ବୋହି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri