ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ: ଅଂଚଲବାସୀକୁ ନିଅଁଟ ଟ୍ୟାଙ୍କର ପାଏନ୍‌

ସଇଁତଲା, ୩୧ା୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ସଇଁତାଲା ବ୍ଲକଛକ୍‌ ଅଂଚଲର ଗୁଟେ ମୁଖିଆ ଜାଗା। ଇଠାନେ ବ୍ଲକସ୍ତରୀୟ ଅନେକ ସରକାରୀ ଅଫିସ, ସ୍କୁଲ ରହିଛେ। ସବୁ ଅଫିସର କରମଚାରୀ ସମେତ ଇଠାନ୍‌କେ ଭିନେ ଭିନେ କାମ୍‌ରେ ଫିଦିନ୍‌ ଶହ ଶହ ଲୋକ୍‌ ଯିବାର ଆଏବାର କରୁଛନ୍‌। ଇତାର ବାହାରେ ସରକାରୀ ଅଧ୍‌କାରୀ, କରମଚାରୀମାନେ ସରକାରୀ କୁଠାମାନକେ ରହୁଥିଲାବେଲେ ବ୍ଲକଛକ୍‌ ପାସେ ପାଖାପାଖି ୫୦ଟା ପରିବାର ରହୁଛନ୍‌। ହେଲେ ଇଠାନେ ଲୁକ୍‌କର ପିଇଲା ପାଏନ୍‌ ଲାଗି ହେନ୍‌ତା କିଛି ଖାସ୍‌ ବେବସ୍‌ତା ନଁାଇଁନ। ଅଂଲରେ ଅନେକ ନଲ୍‌ଚୁଅଁା ରହିଛେ ସତ୍‌, ହେଲେ କେତେ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଥିଲାବେଲେ ବଡ଼ଭାଗି ନଲ୍‌ଚୁଅଁାରୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଯେନ୍‌କେତେଟା ନଲ୍‌ଚୁଅଁାରୁ ଭଲ୍‌ ପାଏନ୍‌ ବାହାରୁଛେ ସେଠାନେ ଘଁଟା ଘଁଟା ଧରି ଲୁକ୍‌କର ଲମ୍‌ବା ଲାଇନ୍‌ ଲାଗୁଛେ। ଏନ୍‌ତାଥି ବ୍ଲକ ଅଂଚଲବାସୀ ବଛରକୁତା ପିଇଲା ପାଏନ୍‌ ସମସିଅରେ ଯୁଝୁଛନ୍‌। ଖରାଦିନେ ଅଂଚଲବାସୀକର ଇ ସମସିଆଟା ଦୁଇଗୁନା ହେଇଯାଉଛେ। ସଖାଲ ପାଏଲେ ଲୁକ୍‌କର ପିଇଲା ପାଏନ୍‌ ଚିନ୍‌ତା। ଫିଦିନ୍‌ ଅଂଚଲବାସୀ ୩ କି.ମି. ଦୂରିଆ ଲାନ୍ଥନଦୀରୁ ପିଇଲା ପାଏନ୍‌ ଆନୁଥିବାର ଦେଖ୍‌ବାକେ ମିଲୁଛେ। ଅବସ୍‌ତା ଏନ୍‌ତା ଯେ, ଲୋକ୍‌ ଉପେ ଶୂଇନ୍‌ ହେଇ ଲୋକ୍‌ ନଲ୍‌ଚୁଅଁାର ଫ୍ଲୋରାଇଡ୍‌ ମିଶା ପାଏନ୍‌, ବଁଧକଟାର ଗୁଲିଆ ପାଏନ୍‌ ବେଭାର କରୁଛନ୍‌। ପିଇଲା ପାଏନ୍‌ ସମିଆକେ ଦେଖି ସଇଁତଲା ପଁଚେତ୍‌ ତରଫୁ ଅଂଚଲବାସୀକୁ ଗୁଟେ ଟ୍ୟାଙ୍କରରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ସେଟା ବି କେନ୍‌ଦିନ ଆଏଲେ କେନ୍‌ଦିନ ନାଇଁ। ଯେନ୍‌ଦିନ ଟ୍ୟାଙ୍କର ଆସୁଛେ ପାଏନ୍‌ ନେବାର ଲାଗି ଲୁକ୍‌କର ଭିଡ଼ ଜମୁଛେ। ଇ ବାବ୍‌ଦେ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ପ୍ରଭାତ ସେଠୀକୁଁ ପଚରାଲାରୁ ବ୍ଲକଛକକେ ନଦୀ ପାଏନ୍‌ ପାଇପ୍‌ରେ ଯୁଗାବାର ବେବସ୍‌ତା ନାଇଁହେଇ। ନୂଅଁା ପ୍ରକଳ୍ପ ଲାଗି ବି ହେନ୍‌ତା କିଛି ଯୋଜନା ନଁାଇଁନ ବଲି ସେ କହିଥିଲେ।