ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଲାଠୋରବାସୀ

ଲାଠୋର, ୨୩ା୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା ଓ୍ବାର୍ଡର ପାଖାପାଖି ୪ ହଜାର ଲୋକ୍‌ ନିରଭର କରୁଛନ୍‌। ହେଲେ ଅନେକ ଦିନ୍‌ ହେଲା ଭିନେ ଭିନେ ଜାଗାରେ ସପ୍‌ଲେ ପାଇପ୍‌ ଫାଟି ଯାଇଛେ। ଯେନ୍‌ଥିରଲାଗି ଗଁ।ର ସବୁ ଓ୍ବାର୍ଡର ସବୁ ଜାଗାକେ ଠିକ୍‌ ହିସାବେ ପାଏନ୍‌ ପୁହୁଁଚି ନାଇଁ ପାରବାର। ଏନ୍‌ତାଥି ଲୋକ୍‌ ପିଇଲା ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ନଲ୍‌ଚୁଅଁା, ଚୁଅଁା, ବଁଧ୍‌କଟାରୁ ଲୋକ୍‌ ପାଏନ୍‌ ଆନି କାମ୍‌ ଚଲଉଛନ୍‌। ପାଇପ୍‌ ଲାଇନ୍‌ଟା ଲାଠୋର-କଣ୍ଟାବାଞ୍ଜି ମୁଖିଆ ରାସ୍‌ତା ହେଇ ଯାଇଥିବାର ଲାଗି କେତେ ଜାଗାରେ ପାଇପ୍‌ ଫାଟି ରାସ୍‌ତାରେ ଅଯଥା ପାଏନ୍‌ ବୁହିଯାଉଛେ। ହେଲେ ଇତାର ମରାମତି ନାଇଁ କରବାର ଲାଗି ପାଇପ୍‌ ଭିତରକେ ଅସ୍‌କୁରା ପାଏନ୍‌ ପଶି ପାଏନ୍‌ ଦୂଷିତ ହେଉଛେ। ଏନ୍‌ତାଥି ଗଁାରେ ନାନା ରୋଗ୍‌ବେମାରି ବହପିବାର ଆଶଁକା ଦେଖାଦେଇଛେ। ଇଆଡ଼େ ଖରାଦିନ ମାଡ଼ି ଆସୁଥିଲାବେଲେ ଆଗ୍‌କେ ପାଏନ୍‌ ସମସିଆଟା ବେଶି ହେବା ବଲି ଝଲୋଝଲୋ ଦିଶୁଛେ। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲକୁଁ ପଚ୍‌ରାଲାରୁ ଯେନ୍‌ ଜାଗାମାନ୍‌କେ ପାଇପ୍‌ ଫାଟିଛେ ସେ ଜାଗାମାନ୍‌କେ ବହୁତ୍‌ ଜଲ୍‌ଦି ନୂତନ ପାଇପ୍‌ ଲଗାବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।

Share