ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ ବି ଦିନାକେତେ ହେଲା ୪୦ ଡିଗ୍ରୀ ଉପରେ ରହୁଛେ। ଲୋକ୍‌ ଦିନର ୧୦ ବାଜ୍‌ଲେ ଘରୁ ଭଟାକେ ନାଇଁ ବାହାରବାର। ରାସ୍‌ତାଘାଟ ଶୂନ୍‌ସାନ ହେଇଯାଉଛେ। ଏନ୍‌ତା ଖରା ତାତିରେ ଏହେଦେ ବିନିକା ସହରବାସୀ ପିଇଲା ପାଏନ୍‌ ସମସିଆର ସଂଗେ ଯୁଝୁଥିବାର ଅଭିଯୋଗ ହେଉଛେ।

ସୂଚନା ହିସାବେ ବିନିକା ଏନ୍‌.ଏ.ସି. ୧୨ଟା ଓ୍ବାର୍ଡକେ ନେଇ ଗଠିତ୍‌। ସହରର ଲୋକ୍‌  ସଂଖ୍ୟା ଏହେଦେ ପାଖାପାଖି ୧୬ ହଜାରକେ ଛିଁଲାନ। ସେ ହିସାବେ ଦିନୁ ଦିନ୍‌କେ ଲୁକ୍‌କର ମଉଲିକ ସୁବିଧାର ଦରକାର ପଡ଼ୁଛେ। ସହରବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ସହରାଞ୍ଚଳ ଜଳ ଯୋଗାଣ ସଂସ୍ଥା ତରଫୁ ୨ ମାସ ତଲେ ବିନିକା ପାପକ୍ଷୟ ଘାଟେ ୯ କୋଟି ୧୨ ଲାଖ୍‌ ଟଁକାରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆର ହେଇଛେ। ପ୍ରକଳ୍ପରେ ଫିଦିନ୍‌ ୨.୨୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ବିଶୋଧନ କରବାର ବେବସ୍‌ତା ରହିଛେ। ସେନ୍‌ତା ଇଠାନୁ ବିନିକା ସହରକେ ଫିଦିନ୍‌ ୨.୨୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ପାଇପ୍‌ରେ ଯୁଗେଇ ଦିଆଯାଉଛେ। ସହରର ଭିନେ ଭିନେ ଓ୍ବାର୍ଡରେ ୧ଶହରୁ ଅଧ୍‌କା ପବ୍ଲିକ୍‌ ଷ୍ଟାଣ୍ଡପୋଷ୍ଟ ତିଆର ହେଇଛେ। ଇତାର ବାହାରେ ୨୨ଶହ ହାଉସହୋଲ୍ଡରକୁଁ ପାଇପ୍‌ ପାଏନ୍‌ ଯୁଗେଇ ଦେବାର ଲାଗି ପାଖାପାଖି ୪୦ କି.ମି. ପାଇପ୍‌ ଲାଇନ୍‌ ସହରରେ ବିଛାଯାଇଛେ। ଜଳଯୋଗାଣ ବିଭାଗର ନିୟମ ହିସାବେ ସହରାଞ୍ଚଲରେ ରହୁଥିବାର ଲୋକ୍‌ମାନକୁ ଝନ୍‌ ପିଛା ଫିଦିନ ୧୫୫ ଲିଟର ପାଏନ୍‌ ଦିଆଯାଉଛେ। ହେଲେ ବିନିକା ସହରାଞ୍ଚଲରେ ରହିଥିବାର ଷ୍ଟାଣ୍ଡପୋଷ୍ଟମାନକେ ଅଲପ୍‌ ଅଲପ୍‌ ପାଏନ୍‌ ବାହାରୁଛେ। ଯେନ୍‌ଥିରଲାଗି ଲୋକ୍‌ ଘଁଟା ଘଁଟା ଧରି ଧାଡ଼ିବଁାଧି ଠିଆ ହେଇ ରହୁଛନ୍‌। ଏନ୍‌ତାଥି କିଏ ପାଏନ୍‌ ପାଉଛେ ତ କିଏ ନାଇଁ।  ସହରର ସବୁ ଓ୍ବାର୍ଡରେ ନୂତନ ପ୍ରକଳ୍ପର ପାଇପ୍‌ ଖଁଜା ଯାଇଛେ। ହେଲେ ଲୁକ୍‌କର ଅଭିଯୋଗ ହେଲା ଯେ, ପୁରନା ପାଇପ୍‌ରେ ଲୋକ୍‌ ସୁବିଧାରେ ଦରକାର ହିସାବେ ପାଏନ୍‌ ପାଉଥିଲେ। ଏହେଦେ ନୂତନ୍‌ ବେବସ୍‌ତାରେ ଲୋକ୍‌ ଦରକାର ହିସାବେ ପାଏନ୍‌ ନାଇଁ ପାଏବାର। ଇ ବାବ୍‌ଦେ ବିନିକା ଏନ୍‌.ଏ.ସି. ପିଏଚ୍‌ଡି ଜେଇ ଏ.କେ.ମୂର୍ତ୍ତିକୁଁ ପଚରାଲାରୁ ପୁରନା ଜଳ ଯୋଗାଣ ବେବସ୍‌ତାରେ ୨୫୦ ହାଉସହୋଲ୍ଡର ପିଇଲା ପାଏନ୍‌ ପାଉଥିଲେ। ନୂତନ ପ୍ରକଳ୍ପ ହେଲାରୁ ୨୩ଶହ ହାଉସହୋଲ୍ଡର ପାଏନ୍‌ ପାଉଛନ୍‌। ଫିଦିନ ସହରବାସୀକୁ ୨.୧୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ସପ୍ଲାଇ ହେଉଛେ। ଗୁଟେ ଘରକେ ଝନ୍‌ ପିଛା ୧୫୫ ଲିଟର ସରକାରୀ ନିୟମ ହିସାବେ ପାଏନ୍‌ ଦିଆଯାଉଛେ। ହେଲେ ଲୋକ୍‌ ଇତାରଠାନୁ ଅଧ୍‌କା ପାଏନ୍‌ ବେଭାର କରୁଛନ୍‌। ହେଲେ ପାଏନ୍‌ଟା ଖାଲି ଲୁକ୍‌କର ପିଇବାରେ ବେଭାର କରବାର ଲାଗି ସପ୍ଲାଇ ହେଉଛେ। ଯଦି ସହରବାସୀକୁ ପିଇଲା ପାଏନ୍‌ ନିହଁଟ୍‌ ପଡ଼ୁଛେ, ସେମାନେ ଲିଖିତ ଅଭିଯୋଗ କଲେ ସପ୍ଲାଇ ପାଏନ୍‌ର ପରିମାନକେ ବଢ଼ା ଯିବା ବଲି ସେ କହିଥିଲେ।