Categories: ଜାତୀୟ

ପିଏମସି ଦୁର୍ନୀତିର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ପଞ୍ଜାବ-ମହାରାଷ୍ଟ୍ର ସମବାୟ(ପିଏମସି) ବ୍ୟାଙ୍କ ଦୁର୍ନୀତିର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଦ୍ୱାରା ଗଠିତ ଖଣ୍ଡପୀଠ ଅନୁଚ୍ଛେଦ ୩୨ ଅନୁଯାୟୀ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ୬୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏହି ଦୁର୍ନୀତିରେ ବ୍ୟାଙ୍କ୍‌ ଖାତାଧାରୀ ଅସୁବିଧାର ସାମ୍ନା କରୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ପାଇଁ ବେଜୋନ କୁମାର ମିଶ୍ରାଙ୍କ ପକ୍ଷରୁ ଏହି ପିଟିଶନ ଦାୟର କରାଯାଇଥିଲା।

Share