ପିଏମ୍‌ଏଓ୍ବାଇରେ ଅନିୟମିତତା: ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ଅନିୟମିତତା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗଡମନତିର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍‌ଏଓ୍ବାଇରେ ଘର ମିଳୁ ନ ଥିବାବେଳେ ଅଯୋଗ୍ୟଙ୍କୁ ପକ୍କାଘର ତାଲିକାରେ ରଖାଯାଇଛି। ଏନେଇ ହାଇକୋର୍ଟ ଖୋର୍ଦ୍ଧା ଜିଲାପାଳ ଏବଂ ବେଗୁନିଆ ବିଡିଓଙ୍କୁ ୬ ସପ୍ତାହ ମଧ୍ୟରେ ଜରୁରୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅପରାଜିତା ଦର୍ଶାଇଛନ୍ତି।

Share