ପିଏମ୍‌ଏୱାଇ ଯୋଜନାରେ ସମସ୍ତଙ୍କୁ ଘର ପ୍ରଦାନ ପାଇଁ ସିଏଚସି କେନ୍ଦ୍ରର ଶୁଭାରମ୍ଭ

ମାଲକାନଗିରି,୨୧।୧(ଡି.ଏନ.ଏ): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଏମ.ଭି-୪୩ ଗ୍ରାମରେ ଜିଲାର ସମସ୍ତ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳର ସମସ୍ତଙ୍କ ପାଇଁ ଘର ପ୍ରଦାନ ଲାଗି ଏକ ଗ୍ରାହକ ସେବାକେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହାକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଉଦଘାଟନ କରିଛନ୍ତି। ସେବାକେନ୍ଦ୍ରର ମୁଖ୍ୟ ସୁବାସ ଗୋଲଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ ଉସତ୍ବରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ଏମ.ନୀଳକଣ୍ଠ ନାଇଡୁ, ଚ୍ୟାନେଲ ପାର୍ଟନର ନିରନ ମହାପାତ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ସମସ୍ତ ଗରିବଙ୍କ ପାଇଁ ଘର ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏହା ଏକ ଅଂଶ ବିଶେଷ ବୋଲି କହିବା ସହ ସମସ୍ତ ଗରିବଙ୍କୁ କମ ଅର୍ଥରେ ଏନ.ଏ.ସି.ଏସ. କମ୍ପାନୀ ପକ୍ଷରୁ ସହରାଞ୍ଚଳରେ ଉନ୍ନତମାନର ଆବାସ ଗୃହ ଏହି ଯୋଜନାରେ ଯୋଗାଇ ଦିଆଯିବ ଓ ଏଥିପାଇଁ କୌଣସି ସୁଧ ଦେବାକୁ ମଧ୍ୟ ପଡ଼ିବ ନାହିଁ ବୋଲି କହିଥିଲେ ା ଏହି ଆପାର୍ଟମେଣ୍ଟରେ ଗ୍ରାହକଙ୍କ ପାଇଁ ଜିମ, କ୍ଲବ, ବ୍ୟାଡମିଣ୍ଟନ ପଡ଼ିଆ, ସନ୍ତରଣ, ପାଠାଗାର, ଉଦ୍ୟାନ ଭଳି ସୁବିଧା ରହିବ ବୋଲି କହିଥିଲୋ ଇଚ୍ଛୁକ ଗ୍ରାହକମାନେ ଏହି କେନ୍ଦ୍ର ଜରିଆରେ ଆବେଦନ କରିପାରିବେ ବୋଲି କହିଥିଲେ।