ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨(ପିଏମ୍‌ଜିଏସ୍‌ଓ୍ବାଇ)ରେ କେନ୍ଦ୍ର ସରକାର ୬୫୦ଟି ରାସ୍ତାର ଉନ୍ନତୀକରଣ ପାଇଁ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସେଥିରୁ ୯ଟି ରାସ୍ତାର କାର୍ଯ୍ୟ ଶେଷ ହୋଇଛି। ୬୨୭ଟି ରାସ୍ତାର କାର୍ଯ୍ୟ ଚାଲୁ ରହିଛି। ୧୪ଟି ରାସ୍ତା ଅନ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ସେହିପରି ରାଜ୍ୟର ମୁଖ୍ୟରାସ୍ତାଗୁଡ଼ିକର ଉନ୍ନତୀକଣ ଓ ସମ୍ପ୍ରସାରଣ ପାଇଁ ପିଏମ୍‌ଜିଏସ୍‌ଓ୍ବାଇ-୩ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ଜିଲା ଗ୍ରାମ୍ୟ ରାସ୍ତା ଯୋଜନା ଭୌଗୋଳିକ ସୂଚନା ବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଯେଉଁ ରାସ୍ତାଗୁଡ଼ିକ ଅଧିକ ତଥ୍ୟଭିତ୍ତିକ ଓ ଉପଯୁକ୍ତ ଚୟନ ପାଇଁ ମୋବାଇଲ ଆପ୍‌ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଥିବା ଜନକଲ୍ୟାଣ ସେବା ସଂସ୍ଥାଗୁଡ଼ିକୁ ସର୍ଭେ କରାଯାଇ ଅନ୍‌ଲାଇନ୍‌ ଡାଟା ବେସ୍‌ ପ୍ରସ୍ତୁତ କରାଯାଉଛି। ଚଳିତ ବର୍ଷ ଏହି ଯୋଜନାରେ ପ୍ରସ୍ତାବ ପଠାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏହି ସୂଚନା ଦେଇଛନ୍ତି।

Share