ପିଏମ୍‌ଜିଏସ୍‌ୱାଇ: ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ନ କଲେ ଅନୁଦାନ ଫେରିବ

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିଏମ୍‌ଜିଏସ୍‌ୱାଇ ଅନୁଦାନ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ନ କଲେ ତାହା ଫେରିଯିବ, ତେଣୁ ଏହା ଖର୍ଚ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଡି ବିଭାଗ ପକ୍ଷରୁ ହେଉଥିବା କାମର ମାନ ରହୁ ନ ଥିବା ବେଳେ ଠିକ ଭାବେ ମନିଟରିଂ କରିବାକୁ ଜିଲାପାଳ କହିଛନ୍ତି। ରାସ୍ତା ନର୍ମାଣର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମରାମତି ଠିକ୍‌ ଭାବେ ନ କଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଡେପୁଟି କଲେକ୍ଟର ଦିବ୍ୟ ଲୋଚନ ମହନ୍ତଙ୍କ ସମେତ ଆର୍‌ଡି ବିଭାଗର ଯନ୍ତ୍ରୀ, ଠିକାଦାର ଉପସ୍ଥିତ ଥିଲେ।

Share