Categories: ବାଣିଜ୍ୟ

ପିଏମ୍‌ସି ଠକେଇର ଫୋରେନସିକ ଅଡିଟ୍‌ ରିପୋର୍ଟ ଶୀଘ୍ର

ମୁମ୍ବାଇ,୬-୧୨: ଠକେଇ ଦ୍ୱାରା ପ୍ରଭାବିତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଫରେନସିକ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଆସିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହା ଆସିଲେ ଋଣ ନେଇଥିବା ବ୍ୟକ୍ତି ବିଶେଷଙ୍କ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିବା ସହଜ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି।

Share