ନୂଆଦିଲ୍ଲୀ,୩-୧୦: ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଅଡିଟରଙ୍କ ଭୂମିକା ଯାଞ୍ଚ ହେବ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟସର ସର୍ବୋଚ୍ଚ ସଂସ୍ଥା ଆଇସିଏଆଇ ଅଡିଟରଙ୍କ ଭୂମିକା ଠକେଇରେ ରହିଛି କି ନା ତାର ତର୍ଜମା କରିବ। ଆଇସିଏଆଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏବଂ ପିଏମ୍ସି ବ୍ୟାଙ୍କର ଅନ୍ୟ କର୍ତ୍ତୃପକ୍ଷଙ୍କ ବିଭିନ୍ନ ସୂଚନା ମାଗିଛି। ରିଜର୍ଭ ବ୍ୟାଙ୍କର ସତର୍କତା ବିଭାଗ ଏବଂ ମହାରାଷ୍ଟ୍ର କୋଅପରେଟିଭ ସୋସାଇଟିର କମିଶନରଙ୍କ ପକ୍ଷ ଆଇସିଏଆଇ ଲୋଡିଛି। ଅପରପକ୍ଷରେ ଏହି ମାମଲାରେ ଅଡିଟରଙ୍କ ପ୍ରଛନ୍ନ ହାତ ରହିଥିବା ନିଲମ୍ବିତ ହୋଇଥିବା ବ୍ୟାଙ୍କର ଏମ୍ଡି ଜୟ ଥୋମାସ କହିଛନ୍ତି। ଅଡିଟରଙ୍କ ବେଖାତିର ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ହୋଇଥିବା ଥୋମାସ ବୁଧବାର ଅଭିଯୋଗ ଆଣିଛନ୍ତି।