Categories: ବାଣିଜ୍ୟ

ପିଏମ୍‌ କିଷାନରେ କୃଷକଙ୍କୁ ୫୦,୮୫୦ କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ,୨୩।୨ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ୫୦,୮୫୦ କୋଟି ଟଙ୍କା ପ୍ରଦାନ କରିଥିବା ଶନିବାର କହିଛନ୍ତି। ଇନପୁଟ ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ଉଠାଇବା ଦିଗରେ ଏହା ସହାୟକ ହେବ ବୋଲି ସରକାର ମତ ରଖିଛନ୍ତି। ଫେବୃୟାରି ୨୪ରେ ଉକ୍ତ ଯୋଜନାକୁ ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି। ଯୋଜନାର ରୂପାୟନ କିଭଳି ହୋଇଛି ତାକୁ ନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶ କରାଯାଇଛି। ଗତ ବର୍ଷ ଉକ୍ତ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରେ ଶୁଭାରମ୍ଭ କରିଥିଲେ। ଉକ୍ତ ଯୋଜନାରେ କେନ୍ଦ୍ର ସରକାର ବାର୍ଷିକ ୩ ଟି କିସ୍ତିରେ ୬ ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରୁଛି। ଯୋଜନାରେ ୧୪ କୋଟି ହିତାଧିକାରୀ ରହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ୮.୪୬ କୋଟି କୃଷକଙ୍କୁ ସୁବିଧା ପ୍ରଦାନ କରାଯାଇଛି।

Share