ପିଏମ୍‌ କିଷାନରେ ୨୭.୫% ହ୍ରାସ

ନୂଆଦିଲ୍ଲୀ,୧ା୨: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଲାଗି ପୂର୍ବରୁ ୭୫,୦୦୦ କୋଟି ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଥଲା। ତେବେ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ପରିଚାଳନାଗତ ଅସୁବିଧା ଯୋଗୁ ଏଥିରେ ୨୭.୫% ହ୍ରାସ କରାଯାଇ ୫୪,୩୭୦.୧୫ କୋଟି ଟଙ୍କାରେ ସୀମିତ ରଖାଯାଇଛି। ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ହେଉଥିବା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୭୫,୦୦୦ କୋଟି ଟଙ୍କା ଆବଣ୍ଟନ ପାଇଁ ଆକଳନ କରାଯାଇଥିଲା। ହେଲେ କେନ୍ଦ୍ର ସରକାର ୮ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଅଦ୍ୟାବଧି ୪୩,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Share