Categories: ବାଣିଜ୍ୟ

ପିଏମ୍‌-କିଷାନରେ ୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନରେ ପ୍ରଭାବିତ କୃଷକଙ୍କୁ ସହାୟତା କରିବା ଲାଗି ସରକାର ଗୁରୁବାର ପଦକ୍ଷେପ ଘୋଷଣା କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ଦେଶର ୮.୬୯ କୋଟି କୃଷକଙ୍କୁ ସରକାର ୨୦୦୦ ଟଙ୍କାର ଆର୍ଥତ୍କ ସହାୟତା ରାଶି ପ୍ରଦାନ କରିବେ। ପିଏମ୍‌ କିଷାନରେ କୃଷକଙ୍କୁ ଏବେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରାଯାଉଛି। ଏହାର ପ୍ରଥମ କିସ୍ତି କୃଷକଙ୍କୁ ପ୍ରଦାନ କରିବା ନେଇ ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସମ୍ମାନନୀଧି ଯୋଜନା ଅନ୍ତର୍ଗତ ଏହି ଅର୍ଥ ରାଶି ସରକାର ପ୍ରଦାନ କରୁଛନ୍ତି। ୩ଟି ସମାନ କିସ୍ତିରେ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ରାଶି ପ୍ରଦାନ କରାଯାଉଛି। କୃଷକଙ୍କ ଲାଗି ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ଅନ୍ତର୍ଗତ ଏହାର ଏକ ତୃତୀୟାଂଶ ଅର୍ଥକୁ ଅଗ୍ରୀମ ପ୍ରଦାନ ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ୮.୬୯ କୋଟି କୃଷକଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସୀତାରାମନ କହିଛନ୍ତି।

Share