Categories: ଜାତୀୟ

ପିଏମ୍‌-କିଷାନର ତୃତୀୟ କିସ୍ତି ଆଜି

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ତୃତୀୟ କିସ୍ତି ୨୦୦୦ ଟଙ୍କା ଗୁରୁବାର ଛଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଟୁମ୍‌କୁରଠାରେ ଏକ ସାଧାରଣ ସଭାରେ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ଅବଧି ପାଇଁ ଏହି ସହାୟତା ରାଶି ହିତାଧିକାରୀ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ। ଏଥିରେ ୬ କୋଟି ହିତାଧିକାରୀ ଉପକୃତ ହେବେ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ପ୍ରଥମ ଦୁଇଟି କିସ୍ତିରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥତ୍କ ସହାୟତା ସ୍ବରୂପ ବର୍ଷକୁ ୬୦୦୦ ଟଙ୍କା ଯୋଗାଇଦେବା ଲାଗି ଗତବର୍ଷ ଫେବୃୟାରୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପିଏମ୍‌-କିଷାନ ଯୋଜନାକୁ ଅନୁମୋଦନ କରିଥିଲା। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିବେ।

Share