Categories: ବାଣିଜ୍ୟ

ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଯୋଜନାରେ ପ୍ରଦାନ କରାଯିବ ଅର୍ଥ ଦିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ଯୋଡି ହୋଇଛନ୍ତି। ଏମାନଙ୍କୁ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ରହିଛି। ପ୍ରଥମ କିସ୍ତି ପାଇବା ଲାଗି ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଆଧାରକୁ ଇଚ୍ଛାଧିନ କରାଯାଇଥିଲା। ଏହାବାଦ ଆସାମ, ମେଘାଳୟ ଏବଂ ଜମ୍ମୁ କଶ୍ମୀର ଲାଭି ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆଧାରକୁ ଇଚ୍ଛାଧିନ କରାଯାଇଛି। ଦ୍ୱିତୀୟ କିସ୍ତି ପାଇବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ଆଧାର ସଂଯୋଗୀକରଣ ବିଳମ୍ବ ହେବା ଯୋଗୁ ଏହି ସର୍ତ୍ତକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଥିଲା। ମାତ୍ର ଡିସେମ୍ବର ୧ ପରଠାରୁ ହିତାଧିକାରୀଙ୍କ ଲାଗି ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି କୁହାଯାଇଛି। ନଭେମ୍ବର ୩୦ ସୁଦ୍ଧା ସରକାର ୭.୬୦ କୋଟି ହିତାଧିକାରୀଙ୍କୁ ୩୫, ୮୮୨.୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ ସୁବିଧାର ଲାଭ ପ୍ରଦାନ ଲାଗି ଏଭଳି ନିଷ୍ପତ୍ତି ତୋମାର କହିଛନ୍ତି।

Share