Categories: ବାଣିଜ୍ୟ

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଧାର୍ଯ୍ୟ ସମୟରେ ଋଣ ପରିଶୋଧ କରିବା ଉପରେ ସମସ୍ତ ଚାଷୀଙ୍କୁ ସର୍ବାଧିକ ୪ ପ୍ରତିଶତ ସୁଧହାରରେ ଋଣ ମିଳିପାରିବ। ୧୦ ଫେବୃୟାରୀଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୧୫ ଦିନ ପର୍ଯ୍ୟନ୍ତ ଚାଲିବ। କୃଷି, ପଶୁ ଏବଂ ମତ୍ସ୍ୟଚାଷ ଭଳି ବର୍ଗରେ ସ୍ବଳ୍ପ ମିଆଦି ଭିତ୍ତିରେ ଋଣ ଯୋଗାଣ ଲାଗି ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଏ ସମ୍ପର୍କିିତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି।

Share