ନୂଆଦିଲ୍ଲୀ, ୨-୪: କୋଭିଡ୍ ମୁକାବିଲା ଲାଗି ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶି ମଧ୍ୟରେ ଓ୍ବିପ୍ରୋ ଲିମିଟେଡ ୧୦୦ କୋଟି, ଓ୍ବିପ୍ରୋ ଏଣ୍ଟରପ୍ରାଇଜେସ ୨୫ କୋଟି ଯୋଗଦାନ ରଖିଥିବା ବେଳେ ଅଜୀମ ପ୍ରେମଜୀ ଫାଉଣ୍ଡେସନ ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି। ବର୍ତ୍ତମାନର ସଙ୍କଟ ସମୟରେ ଏହି ଅର୍ଥ ରାଶି ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ଆସିପାରିବ। ସଙ୍କଟ ସମୟରେ ଲୋକଙ୍କ ସହାୟତା ଲାଗି ଯୋଗଦାନ ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।