ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଠସାହି ଗ୍ରାମରେ ଥିବା ଲୋକନାଥ ମନ୍ଦିରର ପୂଜକ ତଥା ସାଧୁ ନନାଙ୍କ ନାମରେ ପରିଚିତ ବିରଞ୍ଚି ନାରାୟଣ ପଣ୍ଡା। ନିଜ ପାଇଁ ଏକ ନୂଆ ସାଇକେଲ କିଣିବାକୁ ସେ ଗତ ତିନି ବର୍ଷ ହେଲା ଟଙ୍କା ସଞ୍ଚୟ କରୁଥିଲେ। ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଉପାର୍ଜନ ନ ଥିବାବେଳେ ସେ କରୋନା ପାଣ୍ଠିକୁ ସଞ୍ଚିତ ଅର୍ଥ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Share