ପିଏମ୍‌ କେୟାର୍ସ ଫଣ୍ଡକୁ ପ୍ରତି ମାସରେ ୫୦ ହଜାର ଟଙ୍କା ଦାନ କରିବେ ସିଡିଏସ୍‌ ଜେନରାଲ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୪।୫: କୋଭିଡ-୧୯ ମହାମାରୀ ସହ ଲଢିବାକୁ ଗଠନ କରାଯାଇଛି ପିଏମ୍‌ କେୟାର୍ସ ଫଣ୍ଡ। ଏହି ଫଣ୍ଡକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ପ୍ରତିମାସରେ ସେ ତାଙ୍କ ଦରମାରୁ ୫୦ ହଜାର ଲେଖାଏଁ ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିବେ ବୋଲି କହିଛନ୍ତି। ଏହିଭଳି ଭାବେ ସେ ଦୀର୍ଘ ଏକ ବର୍ଷ ପାଇଁ ପ୍ରତିମାସରେ ଏହା ଦାନ କରିବାକୁ ରବିବାର ଜଣାଇଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ମାଡି ଯାଇଥିବା ବେଳେ ଦେଶରେ ମଧ୍ୟ କରୋନା ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ରବିବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଥିବା ବେଳେ ଏହା ଏବେ ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share