Categories: ଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡକୁ ସରକାରୀ ଅଡିଟର କରିବେ ନାହିଁ ଯାଞ୍ଚ

ନୂଆଦିଲ୍ଲୀ,୨୪।୪: ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କରୋନା ମହାମାରୀ ଭଳି ପ୍ରାକୃତିକ ବିପଦ ସହ ଲଢିବା ପାଇଁ ଗଠିତ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ Comptroller and Auditor General of India (ସିଏଜି) ଦ୍ୱାରା କରାଯିବ ନାହିଁ। ଏହି ଫଣ୍ଡ ବ୍ୟକ୍ତି ଓ ସଂଗଠନର ଦାନ ଉପରେ ଆଧାରିତ ହୋଇଥିବାରୁ ଏହି ଚାରିଟେବଲ ଟ୍ରଷ୍ଟର ଅଡିଟ କୌଣସି ଅଧିକାରୀ କରିବେ ନାହିଁ। ସୂଚନାଯୋଗ୍ୟ, ୨୮ ମାର୍ଚ୍ଚରେ କ୍ୟାବିନେଟ ଦ୍ୱାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେୟାପର୍ସନ ଓ ବରିଷ୍ଠ କ୍ୟାବିନେଟ ସଦସ୍ୟ ଟ୍ରଷ୍ଟି ଅଛନ୍ତି। ସିଏଜିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପର୍ଯ୍ୟନ୍ତ ଟ୍ରଷ୍ଟି ଆମକୁ ଅଡିଟ ବା ଯାଞ୍ଚ କରିବା ପାଇଁ କହି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ଅଡିଟ କରିପାରିବୁ ନାହିଁ।

Share