ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଦାନ କଲା ରିଲାଏନ୍ସ

ନୂଆଦିଲ୍ଲୀ,୩୧।୩: କରୋନା ସହ ମୁକାବିଲା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମଙ୍ଗଳବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଟଙ୍କା ଦାନ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ ରିଲାଏନ୍ସ ପକ୍ଷରୁ କୋଭିଡ୍‌-୧୯ର ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇରେ ୧୦୦ଶର୍ଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ହସ୍ପିଟାଲ ତିଆରି କରାଯାଇଛି। ସେହିପରି କେରାନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ସମୟରେ ଦେଶର ୫୦ଲକ୍ଷ ଲୋକଙ୍କୁ ରିଲାଏନ୍ସ ପକ୍ଷରୁ ଭୋଜନ କରାଇବାର ଯୋଜନା କରାଯାଇଛି। କେବଳ ସେତିକି ନୁହେଁ ପ୍ରତିଦିନ ରିଲାଏନ୍ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟଲୋକଙ୍କୁ ୧ଲକ୍ଷ ମାସ୍କ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ରିଲାଏନ୍ସ ବ୍ୟତୀତ ରତନ ଟାଟା ଓ ଅନୀଲ ଅଗ୍ରଓ୍ବାଲ ସମେତ ଅନେକ ଶିଳ୍ପପତି ପିଏମ୍‌ କେୟାର୍ସ ଫଣ୍ଡକୁ ସହାୟତାର ହାତ ବଢ଼ାଇ ସାରିଛନ୍ତି।

Share