Categories: ବାଣିଜ୍ୟ

ପିଏଲ୍‌ଆଇ, ଆର୍‌ପିଏଲ୍‌ଆଇ ପ୍ରିମିୟମ ପଇଠ ଅବଧି ଏପ୍ରିଲ ୩୦କୁ ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: ଡାକ ଜୀବନ ବୀମା (ପିଏଲ୍‌ଆଇ) ଏବଂ ଗ୍ରାମୀଣ ଡାକ ଜୀବନ ବୀମା(ଆର୍‌ପିଏଲ୍‌ଆଇ) ପ୍ରିମିୟମ ପଇଠ କରିବାର ଅବଧିକୁ ସରକାର ବଢ଼ାଇ ଏପ୍ରିଲ ୩୦ କରିଛନ୍ତି। କୋଭିଡ୍‌-୧୯ ଜନିତ କଟକଣାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିଲାଗି କୌଣସି ଜରିମାନା ଏବଂ ଡିଫଲ୍ଟ ଶୁଳ୍କ ଆଦାୟ କରାଯିବ ନାହିଁ। ଏହି ନିଷ୍ପତ୍ତି ଦ୍ୱାରା ୧୩ ଲକ୍ଷ ବୀମା ଗ୍ରାହକ ଉପକୃତ ହେବେ ବୋଲି ସୂଚନା ରହିଛି। ଜରୁରୀ ସେବା ଅନ୍ତର୍ଭୁକ୍ତ ହୋଇଥିବାରୁ ଏବେ ଡାକଘର ଖୋଲା ରହିଛି। ଗ୍ରାହକଙ୍କ ଅସୁବିଧାକୁ ଧ୍ୟାନରେ ରଖି ପ୍ରିମିୟମ ପଇଠ ଅବଧିକୁ ବଢ଼ାଯାଇଛି। ୫.୫ ଲକ୍ଷ ପିଏଲ୍‌ଆଇ ଏବଂ ୭.୫ ଲକ୍ଷ ଆର୍‌ପିଏଲ୍‌ଆଇ ଉପଭୋକ୍ତା ଏହି ନିଷ୍ପତ୍ତି ଫଳରେ ଲାଭବାନ୍‌ ହେବେ।

Share