Categories: ଖେଳ

ପିଏସ୍‌ଏଲ ଅର୍ଥ ଫେରାଇବେ ଉମର ଆକମଲ

କରାଚୀ,୨୮।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ସ୍ପଟ ଫିକ୍ସିଂ ପାଇଁ ପ୍ରସ୍ତାବ ମିଳିଥିଲା। କିନ୍ତୁ ରିପୋର୍ଟ କରିବାରେ ବିଫଳ ହେବାରୁ ବାସନ୍ଦ ହୋଇଛନ୍ତି। ଏଥିଯୋଗୁ ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ଖେଳୁ ନାହନ୍ତି। ତାଙ୍କୁ ଲିଗ୍‌ ପାଇଁ ଦିଆଯାଇଥିବା ଅର୍ଥ ପିସିବିକୁ ଫେରସ୍ତ କରିବାକୁ ପଡ଼ିବ। ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି, ସମସ୍ତ ଘରୋଇ ଖେଳାଳିଙ୍କ ଭଳି ଉମର ଆକମଲଙ୍କୁ ମଧ୍ୟ ପିସିବି ଚେକ ଆକାରରେ ପୂରା ଚୁକ୍ତିର ୭୦ ପ୍ରତିଶତ ଅର୍ଥ ଆଗୁଆ ଦେଇଥିଲା। ବଳକା ୩୦ ପ୍ରତିଶତ ଅର୍ଥ ଲିଗ୍‌ ଶେଷ ହେଲା ପରେ ଫ୍ରାଞ୍ଚାଇଜ ପ୍ରଦାନ କରିଥାନ୍ତା। ପିଏସ୍‌ଏଲରେ କୁଏଟା ଗ୍ଲାଡିଏଟର୍ସ ପାଇଁ ପ୍ରତିନିଧିତ୍ୱ କରୁଥିବା ଉମରଙ୍କୁ ଅର୍ଥ ଫେରାଇବା ପାଇଁ ପିସିବି ପକ୍ଷରୁ କୁହାଯାଇଛି। ଚୁକ୍ତି ଅନୁସାରେ ପିସିବି ଖେଳାଳିଙ୍କ ମଧ୍ୟରେ ଅର୍ଥ ବଣ୍ଟନ କରେ। ଏହା ଦ୍ୱାରା ଖେଳାଳିଙ୍କୁ ପ୍ରାପ୍ୟ ଲାଗି ଅପେକ୍ଷା କରିବାକୁ ପଡ଼େ ନାହିଁ। ଯେଉଁଭଳି ଅନ୍ୟ ଲିଗ୍‌ଗୁଡ଼ିକରେ ଦେଖିବାକୁ ମିଳେ।

Share