Categories: ଖେଳ

ପିଏସ୍‌ଏଲ ବେଳେ କରାଯାଇଥିବା ସମସ୍ତ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ

କରାଚୀ,୨୦।୩- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ଜଡ଼ିତ ଖେଳାଳି, ଷ୍ଟାଫ, ମ୍ୟାଚ୍‌ ଅଫିସିଆଲ, ଦଳ ମାଲିକ, ପ୍ରସାରଣକାରୀ କର୍ମକର୍ତ୍ତାଙ୍କ ସମେତ ମୋଟ ୧୨୮ ଜଣଙ୍କ କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା। ସମସ୍ତ ଟେଷ୍ଟର ରିପୋର୍ଟ ନେଗେଟିଭ ଆସିଛି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଗୁରୁବାର ଦାବି କରିଛି। ସମସ୍ତ ଟେଷ୍ଟ ଗତ ୧୭ ତାରିଖରେ କରାଯାଇଥିଲା। ମୁଲତାନ ସୁଲତାନ ଦଳର ୧୭ ଜଣ ଟେଷ୍ଟ ଦେଇଥିଲେ। ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଲିଗ୍‌ ଶେଷ ହେବା ପର୍ଯ୍ୟନ୍ତ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିବା ଖେଳାଳି, ଷ୍ଟାଫ, ପ୍ରସାରଣକାରୀ ସଂସ୍ଥାର କର୍ମକର୍ତ୍ତାଙ୍କ ଟେଷ୍ଟ କରାଯାଇଥିଲା। ରିପୋର୍ଟର ଫଳାଫଳରେ ପିସିବି ଖୁସି। ଖେଳାଳିମାନେ କୌଣସି ସ୍ବାସ୍ଥ୍ୟ ସମସ୍ୟା ବିନା ସେମାନଙ୍କ ପରିବାର ନିକଟକୁ ଫେରିଛନ୍ତି ବୋଲି ପିସିବି ମୁଖ୍ୟ କାର୍ଯ୍ୟକାରୀ ଓ୍ବାସିମ ଖାଁ କହିଛନ୍ତି। ବିଶ୍ୱରେ କରୋନା ଭାଇରସର ଆତଙ୍କ ସତ୍ତ୍ୱେ ପିଏସ୍‌ଏଲର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇସାରିଛି। କିନ୍ତୁ ଲିଗ୍‌ର ନକଆଉଟ୍‌ ପର୍ଯ୍ୟାୟକୁ ସ୍ଥଗିତ ରଖିବାକୁ ପଡ଼ିଛି।

Share