Posted inଖେଳ

ପିଏସ୍‌ଜି ସହ ୪ ବର୍ଷଆ ଚୁକ୍ତି କଲେ ଇକାର୍ଡି

ମିଲାନ,୨।୬(ପି.ଟି.): ଆର୍ଜେଣ୍ଟିନ ଫୁଟବଲର ତଥା ଇଣ୍ଟର ମିଲାନ ଷ୍ଟ୍ରାଇକର ମାଉରୋ ଇକାର୍ଡି ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହ ଏକ ୪ ବର୍ଷଆ ଚୁକ୍ତି କରିଛନ୍ତି। ଫଳରେ ସେ ପିଏସ୍‌ଜି ପାଇଁ ୨୦୨୪ ପର୍ଯ୍ୟନ୍ତ ଖେଳିବା ସ୍ପଷ୍ଟ ହୋଇଛି। ୨୭ ବର୍ଷୀୟ ଇକାର୍ଡି ଏହାପୂର୍ବରୁ ଇଣ୍ଟର ମିଲାନ ପାଇଁ ଖେଳୁଥିଲେ। ଇଣ୍ଟର ମିଲାନ ତରଫରୁ ଇକାର୍ଡିଙ୍କୁ ଧନ୍ୟବାଦ ଦିଆଯାଇଛି। କ୍ଲବ ପାଇଁ ୬ଟି ସେସନ ଖେଳିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ମିଲାନ ତରଫରୁ କୁହାଯାଇଛି। ଏଥି ସହିତ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମଧ୍ୟ କାମନା କରାଯାଇଛି। ୧୯୯୩ରେ ଆର୍ଜେଣ୍ଟିନାର ରୋସାରିଓରେ ଜନ୍ମିତ ଏହି ଷ୍ଟ୍ରାଇକର ଦେଶ ପାଇଁ ୮ଟି ମ୍ୟାଚ୍‌ ଖେଳି ଗୋଟିଏ ଗୋଲ ସ୍କୋର କରିଛନ୍ତି। ଇକାର୍ଡିଙ୍କର ମଧ୍ୟ ଇଟାଲୀ ପାସ୍‌ପୋର୍ଟ ରହିଛି। ସେ ୨୦୨୪ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଆମ ସହିତ ସାମିଲ ରହିବେ ବୋଲି ପିଏସ୍‌ଜି ତରଫରୁ କୁହାଯାଇଛି। ଇକାର୍ଡି ୧୬ତମ ଆର୍ଜେଣ୍ଟିନା ଖେଳାଳିଭାବେ ପିଏସ୍‌ଜି ସହିତ ଜଡିତ ହେବାକୁ ଯାଉଛନ୍ତି। ୨୦୧୯-୨୦ରେ ଇଣ୍ଟର ମିଲାନରୁ ଅନ୍‌- ଲୋନ ମୁଭ୍‌ ପରେ ସେ ପିଏସ୍‌ଜି ପାଇଁ ୩୧ଟି ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

ଅନ୍ୟ ଦେଶ ପାଇଁ ଖେଳିବେ ଶିଖର ଧାଓ୍ବନ୍‌! ପୁଣି ମଇଦାନ ବର୍ଷିବ ଚୌକା-ଛକା

ନୂଆଦିଲ୍ଲୀ,୧୪।୧୧: କ୍ରିକେଟ ଛାଡିବାକୁ ଗବର୍‌ ଅର୍ଥାତ୍‌ ଶିଖର ଧାୱନଙ୍କର ଇଚ୍ଛା ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ,...

ତିଳକ ବର୍ମାଙ୍କ ଆଇପିଏଲ୍‌ ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୪।୧୧:ଅଗଷ୍ଟ ୨୦୨୩ରେ ତିଲକ ବର୍ମା ଭାରତ ପାଇଁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଡେବ୍ୟୁ କରିବାର ଏକ ବର୍ଷ ପରେ ମଧ୍ୟ ସେ ଦୀର୍ଘ...

ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୧୯ ରନ୍‌

ସେଞ୍ଚୁରିଅନ୍‌,୧୨ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ତିଳକ ବର୍ମା। ତାଙ୍କ ଶତକ ବଳରେ ଭାରତ ପ୍ରଥମେ...

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ...

ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା...

କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ

ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri