ପିଓଏସ୍‌ ମେଶିନ୍‌ରେ ହୋଲଡିଂ ଟ୍ୟାକ୍ସ ଆଦାୟ

ଅନୁଗୋଳ ଅଫିସ, ୨୮।୮-ଅନୁଗୋଳ ପୌରପାଳିକା ପକ୍ଷରୁ ମଙ୍ଗଳବାର ପିଓଏସ୍‌ ମେଶିନ୍‌ରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟର ଶୁଭାରମ୍ଭ ହୋଇଛି। ଏଣିକି ଲୋକମାନଙ୍କ ନିକଟରୁ ଏପରି ଭାବେ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି।
୮ ଜଣ ଟ୍ୟାକ୍ସ କଲେକ୍ଟରଙ୍କ ପାଇଁ ୮ଟି ପିଓଏସ୍‌ ମେଶିନ୍‌ ଏକ ଘରୋଇ ବ୍ୟାଙ୍କରୁ ଆସିଛି। ଏପରି କି ଟ୍ୟାକ୍ସ କଲେକ୍ଟରମାନଙ୍କୁ ଏହି ମେଶିନ୍‌ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଲୋକମାନେ ଦେୟ ଦେବା ପାଇଁ କାର୍ଯ୍ୟାଳୟକୁ ଟଙ୍କା ଧରି ଆସୁଥିଲେ। ଏପରି କି ପୌର କର୍ମଚାରୀମାନେ ମଧ୍ୟ ସହରର ବିଭିନ୍ନ ସ୍ଥାନକୁ ଟ୍ୟାକ୍ସ ଆଦାୟ ପାଇଁ ଯାଉଥିଲେ। ତେଣୁ ନଗଦ ଟଙ୍କା ନେଣ ଦେଣ ହେଉଥିବାରୁ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିଲା। ଏବେ ଲୋକମାନଙ୍କ ନିକଟରୁ ପିଓଏସ୍‌ ମେଶିନ୍‌ ମାଧ୍ୟମରେ ଟଙ୍କା ଆଦାୟ ହେବ। ଏପରି ବ୍ୟବସ୍ଥା ଅନୁଗୋଳରେ ପ୍ରଥମ ଥର ପାଇଁ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଛି। ତେବେ ଟ୍ୟାକ୍ସ ବ୍ୟବସ୍ଥାକୁ ଆଗାମୀ ଦିନରେ ସହଜ କରିବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା କରାଯିବାର ଯୋଜନା ରହିଛି ବୋଲି ପୌର ନିର୍ବାହୀ ଅଧିକାରୀ ଜେନା କହିଛନ୍ତି। ଡେଲି ମାର୍କେଟର ବ୍ୟବସାୟୀ ପଙ୍କଜ ମିଶ୍ର ମେଶିନ୍‌ ଦ୍ୱାରା ପ୍ରଥମେ ଟ୍ୟାକ୍ସ ପ୍ରଦାନ କରିଥିବା ଜଣାପଡ଼ିଛି। ସେ ୨୦୧୯-୨୦ ବର୍ଷ ପାଇଁ ଦୋକାନ ଭଡ଼ା ବାବଦକୁ ୧୩ ହଜାର ୫ଶହ ଟଙ୍କା ଦେଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ଜେନାଙ୍କ ସମେତ, ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ଟିଡି ଚିତ୍ତରଞ୍ଜନ ପ୍ରଧାନ, ମେଶିନ୍‌ ଯୋଗାଇଥିବା ଘରୋଇ ବ୍ୟାଙ୍କର କର୍ମଚାରୀ ଓ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri